ଜଳ ଚିକିତ୍ସା

 

 

 

 

 

 

 

 

 

 

 

 

ଜଳ ଚିକିତ୍ସା

ନୀଳମଣି ବିଦ୍ୟାରତ୍ନ

 

ଜଳ ଚିକିତ୍ସା

 

ଶରୀର ଧାରଣ ନିମନ୍ତେ ଆହାର ଯେପରି ପ୍ରୟୋଜନୀୟ, ଜଳମଧ୍ୟ ସେହିପରି ଅତ୍ୟାବଶ୍ୟକ । ତାହା ଶରୀରର ସୂକ୍ଷ୍ମ ଶିରା, ମଜ୍ଜା. ରକ୍ତ, ମାଂସର ଅତି ଆବଶ୍ୟକୀୟ ଉପାଦାନ । ରକ୍ତର ପ୍ରଧାନ ଉପକରଣ ଜଳ । ରକ୍ତରେ ଜଳର ଅଭାବହେଲେ ଆମ୍ଭମାନଙ୍କର ପିପାସା ଜାତହୁଏ । ପିପାସାର ପ୍ରତିକାର ନକଲେ ଅର୍ଥାତ୍‌ ଜଳପାନ ନକଲେ ଗାତ୍ରଦାହ ଉପସ୍ଥିତ ହୋଇ ଜୀବନ ସଂଶୟାପନ୍ନ ହୁଏ, ସୁତରାଂ ଜଳ ଜୀବନଧାରଣର ଗୋଟିଏ ଅତି ବଡ଼ ଆବଶ୍ୟକୀୟ ଉପାଦାନ । ଏହା ଭିନ୍ନ ଜଳ ବଳକାରକ ଏବଂ ଉତ୍ତେଜକ । ଡାକ୍ତର ଜର୍ଜ୍ଜ ଏସ୍‌, କେଇଥ, ତାଙ୍କ ପ୍ରଣୀତ ପୁସ୍ତକରେ ଜଳକୁ ଅତି ଉକ୍ତୃଷ୍ଟ ଉତ୍ତେଜକ ଔଷଧ ବୋଲି ତାହାର ଭୂୟସୀ ଗୁଣଗାନ କରି ଅଛନ୍ତି । ସେ କହନ୍ତି, ଉଷ୍ମଜଳ ଆଶୁ ଉତ୍ତେଜକ କ୍ରିୟା ପ୍ରକାଶକ । ଯେତେବେଳେ ରୋଗ ବା ପରିଶ୍ରମ ହେତୁ ଅଙ୍ଗପ୍ରତ୍ୟଙ୍ଗ ସଞ୍ଚାଳିତ ହୁଏ । ସେତେବେଳେ ଶରୀର ସୁଦ୍ଧା ବଳହୀନ କରିଦିଏ । ଜଳପାନ ଦ୍ୱାରା ଶରୀରର ସ୍ରାବଣକ୍ରିୟା ବର୍ଦ୍ଧିତ ହୁଏ । ଉକ୍ତଜଳ ଶରୀର ଯନ୍ତ୍ରର ପରିତ୍ୟକ୍ତ ବିଷାକ୍ତ ପଦାର୍ଥ ସମୂହକୁ ବାହାର କରିଦିଏ ଏବଂ ଶୋଣିତକୁ ବିଶୁଦ୍ଧ କରିଥାଏ । ଜଳ ପାଚକ କ୍ରିୟାର ଗୋଟିଏ ଅପରିହାର୍ଯ୍ୟ ଉପାଦାନ । ଅନେକ ଡାକ୍ତର କହନ୍ତି, ଚା, କଫି, ବଦଳରେ ଆହାରର ଅବ୍ୟବହିତ ପରେ ଉଷ୍ଣଜଳ ପାନ କରିବାହେତୁ ଦୁରାରୋଗ୍ୟ ଅଜୀର୍ଣ୍ଣ ରୋଗ ଚିତ୍‌କାଳ ନିମନ୍ତେ ଆରୋଗ୍ୟ ହୋଇଥାଏ । ଶୀତଳ ଜଳ ମଧ୍ୟ ବହୁବେଦନା ଓ ଆଘାତ ଜନିତ ବେଦନାର ଉତ୍କୃଷ୍ଟ ମହୌଷଧି । ଯେଉଁ ଜଳଯୋଗେ ଜୀବନରକ୍ଷା ଏବଂ ରୋଗ ଶାନ୍ତି ହୁଏ, ତାହାର ବିଶୁଦ୍ଧତା ପ୍ରତି ଦୃଷ୍ଟିଦେବା ସମସ୍ତଙ୍କର କର୍ତ୍ତବ୍ୟ । ନଚେତ୍‌ କୁଫଳ ଲାଭ ନିଶ୍ଚିତ କଥା । କେବଳ ଜଳବୋଧ ହେତୁ ନାନା ଜଟିଳ ରୋଗ ଏମନ୍ତ କି ବସନ୍ତ ଓ ବିସୁଚିଆଦି ରୋଗରେ ଲୋକେ ଆକ୍ରାନ୍ତ ହୋଇଥାନ୍ତି । ବିଶୁଦ୍ଧଜଳ ବିଧିମତେ ବ୍ୟବହାର କଲେ ତାହା ମାନବ ଶରୀର ପକ୍ଷରେ ଅମୃତତୁଲ ଉପକାରକରେ ଏବଂ ସ୍ୱାସ୍ଥ୍ୟରକ୍ଷା–ରୋଗଶାନ୍ତି ନିମନ୍ତେ ଅନ୍ୟ ଔଷଧ ବା ଚିକିତ୍ସକର ଆବଶ୍ୟକତା ଅନୁଭବ କରେ-। ଜଳର ଉପକାରିତା ବା ରୋଗନାଶକ ଶକ୍ତି କେତେକ ବିଷୟ ନିମ୍ନରେ (…..) ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Image